୮  ଜିଲ୍ଲାରେ ୧୮ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ସୃଷ୍ଟି ହେବ ୮ ହଜାର ୨ ଶହ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୨୦/୦୮: ୮  ଜିଲ୍ଲାରେ ୧୮ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ଦେଇଛି ରାଜ୍ୟ ସରକାର ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି । ଏହାଦ୍ବାରା ରାଜ୍ୟରେ ୪ ହଜାର ୫୧୫ କୋଟି ଟଙ୍କାର ପୁଞ୍ଜୀନିବେଶ ହେବ । ଏହାଦ୍ବାରା ୮ ହଜାର ୨ ଶହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା, ସୁନ୍ଦରଗଡ଼ ଓ ଝାରୁସୁଗୁଡ଼ାରେ ଏହି ଶିଳ୍ପ ପ୍ରତିଷ୍ଠା ହେବ । ଢେଙ୍କାନାଳରେ ହେବ ୫ ଗିଗାୱାଟର ବ୍ୟାଟେରୀ କାରଖାନା । ଏଥିପାଇଁ ୨୮୩ କୋଟି ଟଙ୍କା ଖର୍ଚ୍ଚ ହେବ । ଯାଜପୁରରେ ୯୦ କୋଟି ଖର୍ଚ୍ଚରେ ଜିନ୍ଦଲ କରିବ ସବୁଜ ହାଇଡ୍ରୋଜେନ ପ୍ରକଳ୍ପ । ଗଞ୍ଜାମରେ ପ୍ରତିଷ୍ଠା ହେବ ୨ ଗିଗାୱାଟର ସୌର ପ୍ରକଳ୍ପ । ଏଥିପାଇଁ ୭୫୦ କୋଟି ଖର୍ଚ୍ଚ ହେବ ଓ ୫୧୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଅନୁଗୁଳରେ ୩୫୦ କୋଟି ଟଙ୍କା ଖର୍ଚ୍ଚରେ ହେବ ବର୍ଜ୍ୟବସ୍ତୁ ପୁନଃ ପ୍ରକ୍ରିୟାକରଣ ପ୍ରକଳ୍ପ, ଯାହା ୨୭୦ କର୍ମନିଯୁକ୍ତି ସୃଷ୍ଟି କରିବ ।  ଜଗତସିଂହପୁରର ହେବ ଥ୍ରୀ-ଷ୍ଟାର ଓ ଫୋର-ଷ୍ଟାର ହୋଟେଲ । ପାରାଦୀପରେ ଫାଇଭ-ଷ୍ଟାର ହୋଟେଲ କରିବ ଓଡ଼ିଶା ଷ୍ଟିଭେଡ୍‌ର୍ସ ।