କ୍ୟାପିଟାଲ୍ ରିଜନ ରିଙ୍ଗ ରୋଡ୍, ଭୁବନେଶ୍ୱର ବାଇପାସକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

ଭୁବନେଶ୍ୱର,୧୯/୦୮: ବହୁପ୍ରତିକ୍ଷୀତ କ୍ୟାପିଟାଲ୍ ରିଜନ ରିଙ୍ଗ ରୋଡ୍, ଭୁବନେଶ୍ୱର ବାଇପାସକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଛି । ଟ୍ୱିନି ସିଟି ପାଇଁ ୬ ଲେନ୍ ବିଶିଷ୍ଟ ରିଙ୍ଗ ରୋଡ୍ ନିର୍ମାଣ କରାଯିବ ।କଟକ-ଭୁବନେଶ୍ଵର ମଧ୍ୟରେ ଟ୍ରାଫିକ୍ ନିୟନ୍ତ୍ରଣ କରିବା ଲାଗି ଏହା କରାଯିବ। ୧୧୦.୮୭୫ କିଲୋମିଟର ରାସ୍ତା ପାଇଁ ୮୩୦୭.୭୪ କୋଟି ଖର୍ଚ୍ଚ କରାଯିବ । କେନ୍ଦ୍ର କ୍ୟାବିନେଟ୍ ଏହି ରିଙ୍ଗ୍‌ ରୋଡ୍ ନିର୍ମାଣ ପାଇଁ ମଞ୍ଜୁରୀ ଦେଇଛନ୍ତି । ନୂଆ ରିଙ୍ଗ୍‌ ରୋଡ୍‌ଟି ଖୋର୍ଦ୍ଧା ରାମେଶ୍ଵରରୁ କଟକର ଟାଙ୍ଗୀକୁ ଛୁଇଁବ । ଏହା ଫଳରେ ଜାତୀୟ ରାଜପଥ ୧୬ରେ ହେଉଥିବା ଭିଡ଼ ହ୍ରାସ ପାଇବ । କଟକ, ଭୁବନେଶ୍ଵର ଏନ୍ଏଚ୍-୧୬ରେ ହେଉଥିବା ଭିଡ଼ ନୂଆ ରିଙ୍ଗ୍‌ ରୋଡ୍‌ ଖୋର୍ଦ୍ଧା ଆଡ଼କୁ ପାସ୍ କରିବ । ଅଢ଼େଇ ବର୍ଷରେ ସରିବ ୧୧୧ କିଲୋମିଟର ୬ ଲେନ୍ ବିଶିଷ୍ଟ ରିଙ୍ଗ୍‌ ରୋଡ୍ କାର୍ଯ୍ୟ । ନୂଆ ରିଙ୍ଗ୍‌ ରୋଡ୍ ଏନ୍‌ଏଚ୍-୧୬ ସହ ୩ଟି ମୁଖ୍ୟ ଜାତୀୟ ରାଜପଥ ଏନ୍ଏଚ୍-୫୫, ଏନ୍ଏଚ୍-୫୭ ଓ ଏନ୍ଏଚ୍-୬୫୫ ସହ ଏସଏଚ୍-୫୪ ସହ ଯୋଡ଼ି ହେବ । ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଲାଗି ୧୦୨୯.୪୩ କୋଟି ରଖାଯାଇଛି ।