ଆସନ୍ତାମାସରୁ ଓଡ଼ିଶାରେ ହେବ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ

ଭୁବନେଶ୍ୱର,୧୮/୦୮:ସ୍ୱତନ୍ତ୍ର ଭୋଟ ତାଲିକା ସଂଶୋଧନ ପ୍ରସଙ୍ଗରେ ଜାତୀୟ ରାଜନୀତି ଉଠୁଛି ପଡୁଛି ।  ଭୋଟ ଚୋରିକୁ ନେଇ ଓଡ଼ିଶାରେ ମଧ୍ୟ ତେଜିଛି ରାଜନୀତି । ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପରେ ଓଡ଼ିଶାରେ ଏସଆଇଆର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ସିଇଓ । କହିଛନ୍ତି, ଆସନ୍ତାମାସରୁ ଓଡ଼ିଶାରେ ହେବ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ । ଜାନୁଆରି ୭ରେ ଆସିବ ସଂଶୋଧିତ ତାଲିକା । ଓଡ଼ିଶାରେ ୭ ହଜାର ଏପିକ୍ ନମ୍ବର ଥିବା ଭୋଟର କାର୍ଡ ପରିବର୍ତ୍ତନ କରି ନୂଆ ଭୋଟର କାର୍ଡ ଦିଆଯାଇଛି । ଏଥିରୁ କେବଳ ୫ ହଜାର ଏପିକ୍ ନମ୍ବର ବାଙ୍କିରେ ଥିଲା । ଏହି ଏପିକ୍ ନମ୍ବର କେବଳ ଭୋଟ ପରିଚୟ ପତ୍ର ପାଇଁ ଦିଆଯାଇଛି ।

ଶେଷଥର ପାଇଁ ୨୦୦୨ରେ ଓଡିଶାରେ ଭୋଟର ତାଲିକା ସଂଶୋଧନ ହୋଇଥିଲା । ଅର୍ଥାତ ୨୪ ବର୍ଷ ପରେ ପୁଣି ଥରେ ଓଡ଼ିଶାରେ ହେବ ଏସଆଇଆର ।