ନୂଆଦିଲ୍ଲୀ,୧୮/୦୮: ଆମେରିକାର ନ୍ୟୁୟର୍କରେ ଗୁଳିକାଣ୍ଡ । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି । ମୃତକ ୩ ଜଣ ପୁରୁଷ ହୋଇଥିବା ବେଳେ ୫ ଜଣ ପୁରୁଷ ଓ ୩ ଜଣ ମହିଳା ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୋଟିଏ ରେଷ୍ଟୁରାଣ୍ଟରେ ଏହି ଗୁଳିକାଣ୍ଡ ଘଟିଛି । ଏକାଧିକ ବନ୍ଧୁକଧାରୀ ଗୁଳିଚାଳନା କରିଥିବାର ସୂଚନା ରହିଛି । ତେବେ ଅଭିଯୁକ୍ତମାନେ ଏବେବି ଫେରାର ଅଛନ୍ତି । ମୋଟ୍ ୩୬ ରାଉଣ୍ଡ ଗୁଳିମାଡ଼ କରାଯାଇଥିଲା । ଚଳିତବର୍ଷ ଆମେରିକାରେ ଏଯାଏଁ ପ୍ରାୟ ୩ଶହ ଗୁଳିକାଣ୍ଡ ଘଟିସାରିଲାଣି ।