ରାଜ୍ୟରେ ୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫/୦୭: ଓଡ଼ିଶା ହେବ ଟେକ୍ସଟାଇଲ ହବ୍।ରାଜ୍ୟରେ ୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବଲାଙ୍ଗୀର, ଜଗତସିଂହପୁର, କେନ୍ଦୁଝର, ସମ୍ବଲପୁର, କଟକ ଓ ଗଞ୍ଜାମ ଜିଲ୍ଲାରେ ହେବ ଟେକ୍ସ ଟାଇଲ ପାର୍କ । ଯେଉଁଥିରେ ୨୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଲୋକେ ଓଡ଼ିଶାରେ ରହି କାମ କରିବେ।

ଆଜି ୭ ହଜାର ୮୦୮ କୋଟି ଟଙ୍କାର ୩୩ ଟି ଏମଓୟୁ ସ୍ବାକ୍ଷରିତ ହୋଇଥିବା ବେଳେ ୫୩ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆଗକୁ ଟେକ୍ସଟାଇଲ କ୍ଷେତ୍ରରେ ଆହୁରି ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆହୁରି ୫ ଟେକ୍ସଟାଇଲ ପାର୍କ ଖୋଲାଯିବ । ଓଡ଼ିଶାରେ ଅଧିକ ନିବେଶ କରିବା ସହ ସହଯୋଗୀ ହୋଇ କାମ କରିବାକୁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଏଣେ ଓଡ଼ିଶା ଟେକ୍ସ ୨୦୨୫ରେ ସରକାରୀ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରି କହିଛନ୍ତି, ସପ୍ତାହରେ ଗୋଟିଏ ଦିନ ଓଡ଼ିଶା ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ପୋଷାକ ପିନ୍ଧନ୍ତୁ । ଜୀବନ କାଳ ଭିତରେ ଥରେ ହାତବୁଣା ବସ୍ତ୍ର କିଣି ଘରକୁ ନିଅନ୍ତୁ। ତେଣେ ବୁଣାକାର ଶ୍ରମିକଙ୍କ ଭତ୍ତାବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପୁରୁଷ କର୍ମଚାରୀଙ୍କ ପାଇଁ ୫ରୁ ୬ ହଜାର ଏବଂ ମହିଳାଙ୍କୁ ୬ରୁ ୭ ହଜାର ଭତ୍ତା ବୃଦ୍ଧି କରାଯାଇଛି ।