ଭୁବନେଶ୍ୱର,୨୪/୦୭: ପୁଣି ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ୧୩ ଆଇଏଏସ୍ ଅଫିସରଙ୍କ ଅଦଳବଦଳ ହୋଇଛି । ରାଜେଶ ପାଟିଲ୍-ସମବାୟ ବିଭାଗର କମିସନର, ବିଜୟକେତନ ଉପାଧ୍ୟାୟ-ଭାଷା ସାହିତ୍ୟ ସଂସ୍କୃତି ବିଭାଗର ସଚିବ, ସମର୍ଥ ବର୍ମା- ଲଘୁ ବିଭାଗର ନିର୍ଦ୍ଦେଶକ, ଦୀପକଙ୍କର ମହାପାତ୍ର-ହକି ଉନ୍ନୟନ କାଉନସିଲର ମୁଖ୍ୟ ନିର୍ବାହୀ ଅଧିକାରୀ, ପ୍ରେକ୍ଷା ଅଗ୍ରୱାଲ-ଧର୍ମଗଡ଼ ଉପଜିଲ୍ଲାପାଳ, ପ୍ରଣୀତା ଦାସଙ୍କୁ ବାଲିଗୁଡ଼ା ଉପଜିଲ୍ଲାପାଳ ଭାବେ ଦାୟିତ୍ବ ମିଳିଛି । ମଙ୍ଗଳବାର ଦିନ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଥିଲା । ଯେଉଁଥିରେ ମୋଟ ୪୯ ଜଣ ଅଧିକାରୀଙ୍କ ବଦଳି ହେବା ସହିତ କିଛି ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ବଦଳିଛନ୍ତି ।