ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ଗଲେ ବଳଙ୍ଗା ପୀଡ଼ିତା

ନୂଆଦିଲ୍ଲୀ,୨୦/୦୭: ଦିଲ୍ଲୀ ଏମ୍ସ ଗଲେ ବଳଙ୍ଗା ପୀଡ଼ିତା । ଭୁବନେଶ୍ବର ଏମ୍ସରୁ ଗ୍ରୀନ୍ କରିଡର ଭିତରେ ତାଙ୍କୁ ଭୁବନେଶ୍ବର ବିମାନବନ୍ଦରକୁ ନିଆଯାଇଥିଲା ।  ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମରୁ ୩/୪ ଜଣ ଡାକ୍ତର ପୀଡ଼ିତାଙ୍କ ସହ ଦିଲ୍ଲୀ ଯାଉଥିବା ସୂଚନା ରହିଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲେ ବି ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସ ନିଆଯାଉଥିବା କୁହାଯାଇଛି ।

ପୀଡ଼ିତାଙ୍କ ସହ ତାଙ୍କ ପରିବାର ମଧ୍ୟ ଦିଲ୍ଲୀ ଏମ୍ସ ଯାଇଛନ୍ତି। ଏପଟେ ଘଟଣାସ୍ଥଳରେ ଜୋରଦାର ତଦନ୍ତ ଚଳାଇଛି ପୁଲିସ । ବଳଙ୍ଗା ଥାନା ଘେରାଉ କରି ନାବାଳିକାଙ୍କୁ ଯଥାଶୀଘ୍ର ନ୍ୟାୟ ଦେବାକୁ ଦାବି କରିଛି ବିଜେଡି । ଶନିବାର ସକାଳୁ ପୀଡ଼ିତା ତାଙ୍କ ସାଙ୍ଗ ଘରକୁ ଯିବାବେଳେ ୩ଜଣ ଯୁବକ ତାଙ୍କୁ ବଳପୂର୍ବକ ଟେକିନେଇ ତାଙ୍କ ଦେହରେ କେରୋସିନ ପକାଇ ନିଆଁ ଲଗାଇ ଦେଇଥିଲେ। କିନ୍ତୁ ସ୍ଥାନୀୟ କିଛି ଲୋକଙ୍କ ପାଇଁ ରକ୍ଷା ପାଇଥିଲେ ପୀଡ଼ିତା ।