ପୁଣି ଦିଲ୍ଲୀ ସ୍କୁଲକୁ ବୋମା ଧମକ, ସାଇବର ସେଲ ପକ୍ଷରୁ ତଦନ୍ତ ଜୋରଦାର

ନୂଆଦିଲ୍ଲୀ,୧୮/୦୭: ପୁଣି ଦିଲ୍ଲୀ ସ୍କୁଲକୁ ବୋମା ଧମକ । ଆଜି ଗୋଟିଏ ଦିନରେ ୨୦ରୁ ଅଧିକ ସ୍କୁଲକୁ ବୋମାରେ ଉଡାଇଦେବାକୁ ଧମକ ଆସିଛି । ରୋହିଣୀ ସେକ୍ଟରର ପବ୍ଲିକ ସ୍କୁଲ, ପଶ୍ଚିମ ବିହାର ଅଞ୍ଚଳରେ ଗୋଟିଏ ସ୍କୁଲ ସମେତ ୨୦ରୁ ଅଧିକ ସ୍କୁଲକୁ ଇମେଲରେ ଧମକ ଦିଆଯାଇଛି । ଚଳିତ ସପ୍ତାହରେ ତୃତୀୟ ଥର ପାଇଁ ସ୍କୁଲକୁ ଧକମ ମିଳିଛି । ୨ ଦିନ ପୂର୍ବରୁ ଦିଲ୍ଲୀର ବିଭିନ୍ନ ସ୍କୁଲକୁ ୧୧ଟି ଧମକପୂର୍ଣ୍ଣ ଇମେଲ ଆସିଥିଲା। ଦିଲ୍ଲୀ ପୋଲିସର ସାଇବର ସେଲ ପକ୍ଷରୁ ତଦନ୍ତ ଜାରି ରହିଛି । ଧମକ ମିଳିଥିବା ସ୍କୁଲରେ ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି ଯାଞ୍ଚ ଜାରି ରଖିଛି ।ବୁଧବାର ସକାଳେ ଦିଲ୍ଲୀର ୫ଟି ଘରୋଇ ସ୍କୁଲକୁ ବୋମା ଧମକ ମିଳିବା ପରେ ରାଜଧାନୀରେ ଆତଙ୍କ ଖେଳିଯାଇଛି। ସମ୍ପୂର୍ଣ୍ଣ ତଦନ୍ତ ପାଇଁ ସ୍କୁଲ ପରିସରକୁ ତୁରନ୍ତ ଖାଲି କରାଯାଇଥିଲା। ଇମେଲ୍ ପଠାଇଥିବା ବ୍ୟକ୍ତିଙ୍କୁ ଧରିବାକୁ ସାଇବର ସେଲ ପକ୍ଷରୁ ତଦନ୍ତ ଜୋରଦାର ହୋଇଛି । ଦିଲ୍ଲୀ ଅଗ୍ନିଶମ ସେବା ବିଭାଗ କହିଛି ଯେ ତଦନ୍ତ ଚାଲିଛି।