ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା, ଜାଣନ୍ତୁ କଣ ଖୋଲା ଓ କଣ ବନ୍ଦ ?

ଭୁବନେଶ୍ୱର,୧୭/୦୭: ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଓ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ଚହଳ ପଡିଛି । ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରି ରାଜରାସ୍ତାକୁ ଓହ୍ଲାଉଛନ୍ତି । ସବୁ ବିରୋଧୀ ଦଳ ନ୍ୟାୟ ଦାବିରେ ହଲ୍ଲାବୋଲ କରୁଛନ୍ତି । ଆଜି ପୀଡ଼ିତା ଛାତ୍ରୀଙ୍କୁ ନ୍ୟାୟ ଓ ରାଜ୍ୟରେ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ଦାବିରେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ ସମେତ ୮ ରାଜନୈତିକ ଦଳ । ଆଜି ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ ହେବ । ତେବେ ଜାଣନ୍ତୁ କଣ ବନ୍ଦ ରହିବ କଣ ଖୋଲା ରହିବ । ସ୍କୁଲ, କଲେଜ ବନ୍ଦ ରଖିବାକୁ କଂଗ୍ରେସ ପକ୍ଷରୁ ଆହ୍ୱାନ ଦିଜଯାଇଥିବା ବେଳେ ଗାଡି ଚଳାଚଳ ବାଧାପ୍ରାପ୍ତ ରହିବ । ଏହାସହ ଦୋକାନ ବଜାର ବନ୍ଦ ରହିବା ସହ ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ରହିବ । ହସ୍ପିଟାଲ ଖୋଲା ରହିବା ସହ ଆମ୍ବୁଲାନ୍ସ ସେବା, ଔଷଧ ଦୋକାନ ଖୋଲା ରହିବ । ବ୍ୟାଙ୍କ ଓ ପୋଷ୍ଟ ଅଫିସ୍‌ ଖୋଲା ରହିବ । ସରକାରୀ କାର୍ଯ୍ୟାଳୟ ଖୋଲା ରହିବ ।