ଭୁବନେଶ୍ୱର,୧୫/୦୭: ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଦୁଃଖପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୌମ୍ୟାଶ୍ରୀଙ୍କ ମୃତ୍ୟୁରେ ମର୍ମାହତ ବୋଲି କହିଲେ ନବୀନ । ଦୁଃଖ ପ୍ରକାଶ କରିବା ସହ ଟ୍ୱିଟ୍ କରି ସରକାରଙ୍କ ଉପରେ ବର୍ଷିଛନ୍ତି ନବୀନ । ସେ କହିଛନ୍ତି, ବିଫଳ ବ୍ୟବସ୍ଥା କିପରି ଜଣଙ୍କ ଜୀବନ ନେଇପାରେ, ତାହା ଭାବିଲେ ବିଚଳିତ ଲାଗୁଛି । ସବୁଠୁ ଦୁଃଖର କଥା ହେଲା, ଏହା କୌଣସି ଦୁର୍ଘଟଣା ନୁହେଁ… ଏହା ବିଫଳ ବ୍ୟବସ୍ଥାର ଫଳ । ନ୍ୟାୟ ପାଇବାକୁ ସଂଗ୍ରାମ କରି ଜଣେ ଝିଅଟି ଶେଷରେ ଆଖି ବୁଜିଦେଇଛି । ଯୌନ ନିର୍ଯାତନା ବିଷୟରେ ସେ ସମସ୍ତଙ୍କୁ ଅବଗତ କରିଥିଲା । ଯଦି କେହି ହସ୍ତକ୍ଷେପ କରିଥାନ୍ତେ ହୁଏତ ଝିଅଟି ବଞ୍ଚିଯାଇଥାନ୍ତା । ଏହା ଆନୁଷ୍ଠାନିକ ବିଶ୍ୱାସଘାତକତାରୁ କିଛି କମ୍ ନୁହେଁ, ଏହା ଯୋଜନାବଦ୍ଧ ଅନ୍ୟାୟ । ସୌମ୍ୟାଶ୍ରୀଙ୍କ ଏହି ମୃତ୍ୟୁ ଘଟଣାକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଏହି ଘଟଣାକୁ ନେଇ ସରକାରଙ୍କ ଉପରେ ଘନ ଘନ ଆକ୍ରମଣ କରୁଛନ୍ତି ବିରୋଧୀ । ଅନ୍ୟପଟେ ଏହି ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦୁଃଖପ୍ରକାଶ କରିବା ସହ ରାଜ୍ୟପାଳ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଦୁଃଖପ୍ରକାଶ କରିବା ସହ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।
https://x.com/Naveen_Odisha/status/1944983557807521892?t=75MxWT2zmaER7yqXJ9TNVw&s=19