ଆଉ ରାଜନୀତି କରିବିନି, ଯୁବପିଢିଙ୍କ ପାଇଁ ବାଟ ଛାଡିଦେବି : ଜୁଏଲ ଓରାମ

ଭୁବନେଶ୍ୱର,୧୨/୦୭: ଆଉ ରାଜନୀତି କରିବେନି ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ । ଏନେଇ ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ କହିଛନ୍ତି ନିଜେ ଜୁଏଲ ଓରାମ । ଜୁଏଲ୍‌ ଓରାମ କହିଛନ୍ତି ଆଉ ନିର୍ବାଚନ ଲଢିବିନି । ଯୁବପିଢିଙ୍କ ପାଇଁ ବାଟ ଛାଡିଦେବି । ଦଳୀୟ ସଂଗଠନ ପାଇଁ ଆଗକୁ କାମ କରିବି ବୋଲି କହିଛନ୍ତି ଜୁଏଲ । ଜୁଏଲ ଓରାମ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ । ୨୦୧୪, ୨୦୧୯ ଓ ୨୦୨୪ ମସିହାର ଭାରତୀୟ ସାଧାରଣ ନିର୍ବାଚନରେ ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି ଏବଂ ପୂର୍ବରୁ ଜଣେ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସୁନ୍ଦରଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ଜୁଲଏ ଓରାମ । ମୋ ଜୀବନରେ ପଶ୍ଚାତାପ ବୋଲି କିଛି ଆସିବ ନାହିଁ । ମୁଁ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ଓ ଦିଆଯାଇଥିବା ଦାୟିତ୍ବ ଠିକ୍‌ରେ ନିର୍ବାହ କରିଛି।