ଭୁବନେଶ୍ୱର,୦୮/୦୭: ରତ୍ନଭଣ୍ଡାର ମରାମତି କାମ ସରିଥିବା ବେଳେ ଖୁବଶୀଘ୍ର ହେବ ଗଣତି ମଣତି । ଅଗଷ୍ଟ ମାସରେ ଗଣତି ମଣତି ହେବା ସମ୍ଭାବନା ରହିଛି। ଉଚ୍ଚସ୍ତରୀୟ କମିଟି ବୈଠକରେ ହେବ ଚୁଡାନ୍ତ ନିଷ୍ପତି । ଦୁଇ ଜଣ ଏକ୍ସପର୍ଟ ଦେବାକୁ ଆରବିଆଇକୁ ଚିଠି ଲେଖାଯିବ । ଯେଉଁ ମାନେ ସୋମନାଥ ମନ୍ଦିର ଓ ବିଭିନ୍ନ ବଡ ମନ୍ଦିରରେ ଅଳଙ୍କାର ଗଣତିରେ ସେମାନଙ୍କର ଅଭିଜ୍ଞତା ଥିବ। ରତ୍ନ ଅଳଙ୍କାର ରଖିବା ପାଈଁ ନୂଆ ସିନ୍ଦୁକ୍ ପ୍ରସ୍ତୁତ କରାଯାଇଛି । ଅଭିଜ୍ଞ ବଣିଆ ଚିହ୍ନଟ କରାଯିବ। ରତ୍ନଭଣ୍ଡାର ମରାମତି ପରେ ଏଏସଆଇ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରି ସାରିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।