ରଥାରୂଢ଼ ହେଲେ ଚକ୍ରରାଜ ସୁଦର୍ଶନ, ପ୍ରଭୁ ବଳଭଦ୍ର ଓ ମା’ ସୁଭଦ୍ରା

ଭୁବନେଶ୍ୱର,୦୫/୦୭: ରଥାରୂଢ଼ ହୋଇଛନ୍ତି ଚକ୍ରରାଜ ସୁଦର୍ଶନ, ପ୍ରଭୁ ବଳଭଦ୍ର ଓ ମା’ ସୁଭଦ୍ରା ।ଗୋଟି ପହଣ୍ଡିରେ ରଥାରୂଢ଼ ହେଉଛନ୍ତି ଶ୍ରୀଜିଉ । ଗୁଣ୍ଡିଚା ମନ୍ଦିରରୁ ବାହାରି ଆସୁଛନ୍ତି ବଡ଼ ଭାଇ ବଳଭଦ୍ର । ବଡ଼ ଠାକୁରଙ୍କ ପରେ ବାହାରି ଆସିଲେ ହଳଦୀମୁହିଁ ଦେବୀ ସୁଭଦ୍ରା । ଆହା କେଡ଼େ ସୁନ୍ଦର ଦେଖାଯାଉଛି ବଡ଼ଠାକୁରଙ୍କ ଟାହିଆ । ତାଳଧ୍ୱଜ ଅଭିମୁଖେ ବଳଭଦ୍ରଙ୍କ ଦିବ୍ୟ ପହଣ୍ଡି । ଦେବୀ ସୁଭଦ୍ରାଙ୍କ ପରେ ଗହଳି ଲଗେଇ ଆସିବ କୋଟି ଓଡ଼ିଆଙ୍କ ମଉଡମଣି କାଳିଆ ଠାକୁର । ଆଜି ଆଷାଢ଼ ଶୁକ୍ଳପକ୍ଷ ଦଶମୀ ବା ବାହୁଡ଼ା ଦଶମୀ । ଶ୍ରୀଜଗନ୍ନାଥ ମହାପ୍ରଭୁ ବଡ଼ଭାଇ , ଭଉଣୀ ଓ ମହାୟୁଧ ଚକ୍ରରାଜ ସୁଦର୍ଶନଙ୍କୁ ସାଙ୍ଗରେ ନେଇ ରଥରେ ଗୁଣ୍ଡିଚା ଘରୁ ବଡ଼ ଦେଉଳକୁ ଫେରିବାର ପର୍ବ ।