ଆଜି ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ସଂଧ୍ୟା ଦର୍ଶନ, ସନ୍ଧ୍ୟା ୬ଟା ପରଠୁ ସର୍ବସାଧାରଣ ଦର୍ଶନ ବନ୍ଦ

ଭୁବନେଶ୍ୱର,୦୪/୦୭: ଆସନ୍ତାକାଲି ରତ୍ନବେଦୀ ଅଭିମୁଖେ ବାହୁଡ଼ି ଯିବେ ମହାବାହୁ।  ଆଜି ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ସଂଧ୍ୟା ଦର୍ଶନ । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ସରିଲା ଆଡ଼ପମଣ୍ଡପରେ ପ୍ରଭୂଙ୍କ ଲୀଳା ଖେଳା । ଆସନ୍ତାକାଲି ସକାଳୁ ଶ୍ରୀଜିଉ ବାହୁଡା ଯାତ୍ରାରେ ସିଂହଦ୍ବାର ଅଭିମୁଖେ ବାହୁଡିଯିବେ । ସେଥିପାଇଁ ଆଜି ଘୋଷଯାତ୍ରାର ନବମୀ ତିଥିରେ ଆଡ଼ପ ମଣ୍ଡପରେ ଶ୍ରଦ୍ଧାଳୁମାନେ ସଂଧ୍ୟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ । ଅପରାହ୍ଣ ୬ଟା ଯାଏଁ ଚାଲିବ ମହାବାହୁଙ୍କ ନବମୀଦର୍ଶନ । ପରେ ଦର୍ଶନ ବନ୍ଦ କରାଯାଇ ବାହୁଡା ପାଇଁ ଅନ୍ୟାନ୍ୟ ନୀତିକାନ୍ତି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଶାନ୍ତିଶୃଙ୍ଖଳାର ସହ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ସମ୍ମୁଖରେ ବ୍ୟାରିକେଡ କରାଯାଇଥିବା ବେଳେ ନୀତିକୁ ଶୃଙ୍ଖଳିତ କରାଯାଇଛି ।