ନୂଆଦିଲ୍ଲୀ, ୨/୦୭: ଭାରତୀୟ ଜନତା ପାର୍ଟି ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ପୁଡ଼ୁଚେରୀ, ମିଜୋରମ, ଆଣ୍ଡାମାନ ନିକୋବର ଓ ମଧ୍ୟପ୍ରଦେଶ ପାଇଁ ନୂଆ ସଭାପତିଙ୍କ ନାମ ଘୋଷଣା କରିଛି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ବିଜେପି ତରଫରୁ ୨୦ ଟି ରାଜ୍ୟପାଇଁ ବିଜେପି ସଭାପତିଙ୍କ ନାମ ଘୋଷଣା କରିଛି । କୁହାଯାଇଛି କି, ଆସନ୍ତା ୨ ଦିନ ମଧ୍ୟରେ ବାକି ଥିବା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ବିଜେପି ତା’ର ସଭାପତିଙ୍କ ନାମ ଘୋଷଣା କରିବ । ଏବେ ଆସନ୍ତୁ ଜାଣିବା ଏବେ ଘୋଷଣା ହୋଇଥିବା ୯ ଟି ରାଜ୍ୟର ସଭାପତିଙ୍କ ନାମ।
ମହାରାଷ୍ଟ୍ର- ରବିନ୍ଦ୍ର ଚୌହ୍ୱାନ
ତେଲେଙ୍ଗାନା-ଏନ୍ ରାମଚନ୍ଦ୍ରରାଓ
ଆନ୍ଧ୍ରପ୍ରଦେଶ- ପିବିଏମ୍ ମାଧବ ଗାରୁ
ଉତ୍ତରାଖଣ୍ଡ- ମହେନ୍ଦ୍ର ଭଟ୍ଟ
ହିମାଚଳପ୍ରଦେଶ- ରାଜୀବ ବିନ୍ଦଲ
ପୁଡ଼ୁଚେରୀ- ବି.ପି ରାମଲିଙ୍ଗମ୍
ମିଜୋରମ- କେ.ବେଚୁଆ
ଆଣ୍ଡାମାନ ନିକୋବର- ଅନୀଲ ତିୱାରୀ
ମଧ୍ୟପ୍ରଦେଶ – ହେମନ୍ତ ଖଣ୍ଡେଲୱାଲ