ଭୁବନେଶ୍ୱର,୩୦/୦୬: ଭୁବନେଶ୍ବର ମହାନଗର ନିଗମ ଅଫିସରେ ଗଣ୍ଡଗୋଳ । ଅଫିସ୍ ଭିତରେ ପଶି କମିସନରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଆଜି ଅଭିଯୋଗ ଶୁଣାଣି ଚାଲିଥିବା ବେଳେ କିଛି ଯୁବକ ଅଫିସ୍ ଭିତରେ ପଶି ବିଏମ୍ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ କାମ ବନ୍ଦ କରି ଧାରଣାରେ ବସିଛନ୍ତି ବିଏମ୍ସି କର୍ମଚାରୀ । ଏହାସହ ମାଡ଼ ମାରିଥିବା ଲୋକଙ୍କୁ ଗିରଫ ନ କରିବା ଯାଏ ଆନ୍ଦୋଳନ ହଟିବେ ନାହିଁ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।