ଭୁବନେଶ୍ୱର,୨୯/୦୬: ଆଜି ମହାପ୍ରଭୁଙ୍କ ଆଡପ ବିଜେ ନୀତି । ଗୋଟି ପହଣ୍ଡିରେ ଜନ୍ମବେଦୀକୁ ବିଜେ କରିଛନ୍ତି ଶ୍ରୀଜିଉ । ଦିବ୍ୟ ଦୃଶ୍ୟ ଦେଖିବାକୁ ଶରଧାବାଲିରେ ଜନସମୁଦ୍ର ହୋଇଥିଲା । ପ୍ରଥମେ ସୁଦର୍ଶନ ପହଣ୍ଡି ହୋଛଇନ୍ତି । ଏହାପରେ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କୁ ଗୋଟି ପହଣ୍ଡିରେ ନିଆଯାଇଥିଲା । କାଲିଠୁ ଭକ୍ତଙ୍କୁ ଆଡ଼ପ ଦର୍ଶନର ସୁଯୋଗ ମିଳିବ । କାଲିଠାରୁ ଆସନ୍ତା ନବମୀ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କୁ ଆଡ଼ପ ମଣ୍ଡପରୁ ଦର୍ଶନ ଦେବେ । ଏହାସହ କାଲିଠାରୁ ବାହାରିବ ଅବଢ଼ା । ଆଡ଼ପ ମଣ୍ଡପ ବିଜେ ଦେଖିବାକୁ ଶରଧାବାଲିରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିରହିଛି । ଶରଧାବାଲି ଶ୍ରଦ୍ଧାଳୁଙ୍କ ଦ୍ବାରା ଜନସମୁଦ୍ର ପାଲଟିଛି ।