ପୁରୀରେ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ

ନୂଆଦିଲ୍ଲୀ,୨୮/୦୬: ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ପୁରୀରେ ପହଞ୍ଚିଛନ୍ତି । ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ସାମିଲ ହେବା ପାଇଁ ପୁରୀରେ ପହଞ୍ଚିଛନ୍ତି ।  ମିଳିଥିବା ସୂଚନା ଅନୁଯାୟୀ, ଆଦାନୀ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ପୁରୀ ଅଭିମୁଖେ ବାହାରିଥିଲେ। ଏହାପରେ ପୁରୀରେ ପହଞ୍ଚି  ରଥାରୂଢ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ପୁରୀରେ ବିଭିନ୍ନ ସେବାମୂଳକ କାର୍ଯ୍ୟରେ ଭାଗ ନେବେ ଆଦାନୀ । ଆଦାନୀ ଗ୍ରୁପ ତରଫରୁ ଆୟୋଜିତ ହୋଇଥିବା ପ୍ରସାଦ ସେବା କାର୍ଯ୍ୟକ୍ରମରେ ଯୋଗ ଦେବେ । ଏତଦବ୍ୟତୀତ ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଓ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ, ଗୌତମ ଆଦାନୀ ପୁରୀ ଆସିବା ପୂର୍ବରୁ ଏକ୍ସ ଯୋଗେ ସୂଚନା ଦେଇ କହିଥିଲେ ଯେ, ”ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ମୋତେ ପୁରୀ ଧାମକୁ ଯାଇ ରଥଯାତ୍ରା ସମୟରେ ସେବା କରିବାକୁ ସୌଭାଗ୍ୟ ପ୍ରାପ୍ତ ହେଲା । ଆଜିଠାରୁ ଆରମ୍ଭ ହୋଇଥିବା ଏହି ଦିବ୍ୟ ଯାତ୍ରାରେ ସ୍ୱୟଂ ଭଗବାନ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ଏହା କେବଳ ଏକ ଯାତ୍ରା ନୁହେଁ, ବରଂ ଭକ୍ତି, ସେବା ଓ ସମର୍ପଣର ଉତ୍ସବ ।