ଶରଧାବାଲିରେ ତିନି ରଥ, ଆସନ୍ତାକାଲି ହେବ ଆଡ଼ପ ମଣ୍ଡପକୁ ପହଣ୍ଡି

ଭୁବନେଶ୍ୱର,୨୮/୦୬: ଶ୍ରୀଜିଉମାନଙ୍କର ୩ ରଥ ଶରଧାବାଲିରେ ପହଞ୍ଚିଛି। ଶରଧାବାଲିରେ ପ୍ରଥମେ ତାଳଧ୍ୱଜ, ତାପରେ ଦର୍ପଦଳନ ଏବଂ ଶେଷରେ ନନ୍ଦିଘୋଷ ରଥ ପହଞ୍ଚିଛି। ତିନି ରଥ ଏଠାରେ ପହଞ୍ଚିଲା ପରେ ଶ୍ରଦ୍ଧାଳୁଙ୍କର ଘଣ୍ଟ, ଶଙ୍ଖ, ହରିବୋଲ ଓ ହୁଳହୁଳିରେ ଏକ ଭିନ୍ନ ପରିବେଶ ସୃଷ୍ଟି ହୋଇଛି। ଏଠାରେ ରଥାରୁଢ଼ ଶ୍ରୀଜିଉମାନଙ୍କୁ ଦର୍ଶନ କରିବା ପାଇଁ ଭକ୍ତମାନଙ୍କର ମନରେ ଉତ୍ସାହ ଦେଖାଯାଇଛି। ସେହିପରି ଆସନ୍ତାକାଲି ଆଡ଼ପ ମଣ୍ଡପକୁ ଶ୍ରୀଜୀଉଙ୍କୁ ପହଣ୍ଡି କରାଯିବ। ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା-୨୦୨୫ ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଛି। ବଡ଼ଦାଣ୍ଡରେ ଭକ୍ତମାନଙ୍କର ଗହଳି ଲାଗିଛି। ପବିତ୍ର ରଥଯାତ୍ରା ଅବସରରେ ପୁରୀ ସହରକୁ ଲକ୍ଷଲକ୍ଷ ଭକ୍ତମାନଙ୍କର ଆଗମନ ହୋଇଛି। ଶ୍ରୀକ୍ଷେତ୍ରକୁ ବାହାରୁ ୧୦ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ ପହଞ୍ଚିଛନ୍ତି।