ନୂଆଦିଲ୍ଲୀ, ୨୨/୦୬: ଇରାନର ୩ଟି ପରମାଣୁ ଘାଟି ଉପରେ ବୋମାମାଡ଼ କରିଛି ଆମେରିକା । ଇରାନର ଫୋର୍ଡୋ, ନାଟାଞ୍ଜ ଓ ଇସଫାହାନ ପରମାଣୁ ଘାଟି ଧ୍ୱଂସ ହୋଇଛି । ବଙ୍କର ବଷ୍ଟର ବୋମା ସହ ଗୁପ୍ତ ବୋମାବାହୀ ବିମାନରେ ଆକ୍ରମଣ କଲା ଆମେରିକା । ଇରାନର ପରମାଣୁ କ୍ଷମତା ନଷ୍ଟ କରିବା ଲକ୍ଷ୍ୟରେ ଆମେରିକା ଏହି ବଡ଼ ଆକ୍ରମଣ କରିଛି। ଆକ୍ରମଣ ନେଇ ସୋସିଆଲ୍ ମିଡ଼ିଆ ‘ଏକ୍ସ’ରେ ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।