ଓମଫେଡ୍ ପ୍ରିମିୟମ ଓ ଟୋନ୍‌ଡ କ୍ଷୀର ଦର ବୃଦ୍ଧି, ଜାଣନ୍ତୁ କେତେ ?

ଭୁବନେଶ୍ୱର,୨୧/୦୬: ଓମଫେଡ୍ ପ୍ରିମିୟମ ଓ ଟୋନ୍‌ଡ କ୍ଷୀର ଦର ବୃଦ୍ଧି ହୋଇଛି । ବର୍ଦ୍ଧିତ ଦରରେ ଆଜି ଓମଫେଡ୍ କ୍ଷୀର ବଜାରକୁ ଆସିଛି । ପ୍ରିମିୟମ୍ ଓ ଟୋନ୍ଡ କ୍ଷୀର ଲିଟର ପିଛା ୨ ଟଙ୍କା ବଢିଛି । ସେହିପରି ଗୋଲ୍ଡ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହୋଇଛି । ୩ ବର୍ଷ ପରେ ମହଙ୍ଗା ହେଲା ଓମଫେଡ୍ କ୍ଷୀର । ଓମଫେଡ୍ ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୩ ଟଙ୍କା ଅଧିକ ଦାମ ଦିଆଯାଉଥିବା ବେଳେ ଖାଉଟିଙ୍କ ପାଇଁ ଓମଫେଡ୍ ଲିଟର ପିଛା ୨ ଟଙ୍କା ମହଙ୍ଗା ହୋଇଛି । କ୍ଷୀର ଦର ବୃଦ୍ଧି ନେଇ ଓମଫେଡ୍ ପକ୍ଷରୁ ସୂଚନା ଦିଆଯାଇଛି । ଆଜିଠୁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି । ନୂଆ ରେଟ୍‌ରେ ଓମଫେଡ୍ କ୍ଷୀର କିଣୁଛନ୍ତି ଗ୍ରାହକ । ଗତ ୧ ତାରିଖ ବିଶ୍ବଦୁଗ୍ଧ ଦିବସ ଅବସରରେ ଓମଫେଡ୍ ଦୁଗ୍ଧଚାଷୀଙ୍କୁ ଲିଟର ପିଛା ଅଧିକ ୩ ଟଙ୍କା ଦେବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିସହ ଖାଉଟିଙ୍କ ପାଇଁ ଲିଟର ପିଛା ଦୁଇ ଟଙ୍କା ବଢ଼ିବା ନେଇ ଘୋଷଣା ହୋଇଥିଲା ।