ଭୁବନେଶ୍ୱର,୨୦/୦୬: ଯୁକ୍ତ ତିନିରେ ନାମଲେଖିବା ପାଇଁ ଜୁନ ୨୧ ଯାଏଁ ଅବଧି ବୃଦ୍ଧି କରିଛି ଉଚ୍ଚଶିକ୍ଷା ବିଭାଗ । ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଯେଉଁମାନେ ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ଯୁକ୍ତ ତିନିରେ ନାମ ଲେଖିବା ପାଇଁ ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଛନ୍ତି, କିନ୍ତୁ କୌଣସି କାରଣ ପାଇଁ ନାମ ଲେଖାଇ ପାରି ନାହାନ୍ତି , ସେମାନଙ୍କ ପାଇଁ ସମୟସୀମାକୁ ବୃଦ୍ଧି କରାଯାଇଛି । ଛାତ୍ରଛାତ୍ରୀମାନେ ଫ୍ରିଜ, ଫ୍ଲୋଟ ଏବଂ ସ୍ଲାଇଡ ବିକଳ୍ପ ବାଛିବା ପାଇଁ ସମୟ ସୀମା ବୃଦ୍ଧି କରାଯାଇଛି । ଆହୁରି ମଧ୍ୟ ଲେଖାଯାଇଛି ଯେ, ୨୧ ଜୁନ ୨୦୨୫ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଆଡମିଶନ ଫି ଦାଖଲ, ଏବଂ ଶିକ୍ଷାନୁଷ୍ଠାନରେ ରିପୋର୍ଟିଂ କରି ପାରିବେ ଛାତ୍ରଛାତ୍ରୀ । ତେଣୁ ଛାତ୍ରଛାତ୍ରୀମାନେ ନିଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେମାନଙ୍କର ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ପରାମର୍ଶ ଦିଆଯାଇଛି ।