ରୋଡ୍‌ ସୋ’ରେ ଜନତା ମୈଦାନରେ ପହଞ୍ଚିଥିଲେ, ଏକାଧିକ ପ୍ରକଳ୍ପ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୨୦/୦୬: ଆଜି ଓଡିଶା ଆସି ରୋଡ୍‌ ସୋ’ରେ ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ବରପୁତ୍ର ଗ୍ରାମ୍ୟ ଐତିହ୍ୟ ଯୋଜନା, ଦୀର୍ଘ ବର୍ଷ ପରେ ବୌଦ୍ଧରେ ଟ୍ରେନ୍‌ ଯାତ୍ରାର ଓ ୧୦୦ ଇଭି ଯାତ୍ରୀବାହୀ ବସ୍‌ର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏଭଳି ଏକାଧିକ ପ୍ରକଳ୍ପ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି କ୍ରମରେ ସଫଳ ଲକ୍ଷପତି ଦିଦିଙ୍କୁ ସମ୍ମାନିତ କରିଛନ୍ତି ମୋଦୀ ।

ଟ୍ରମ୍ପ ଆମେରିକା ଆସିବାକୁ ନିମନ୍ତ୍ରଣ ଦେଇଥିଲେ ସୁଦ୍ଧା ମହାପ୍ରଭୁଙ୍କ ରାଜ୍ୟକୁ ଟାଣି ହୋଇ ଆସିଥିଲେ ପ୍ରଧାନମନ୍ତ୍ରୀ । ଜୟ ଜଗନ୍ନାଥ ଓ ଜୟ ବାବା ଲିଙ୍ଗରାଜରୁ ନିଜ ଭାଷଣ ଆରମ୍ଭ କରିଥିଲେ ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, “ଆଜି ଜୁନ୍‌ ୨୦ ତାରିଖର ଏହି ଏକ ସ୍ୱତନ୍ତ୍ର ଦିନ । ଆଜି ଓଡ଼ିଶାର ବିଜେପି ସରକାର ସଫଳତା ପୂର୍ବକ ଏକ ବର୍ଷ ପୂର୍ତ୍ତି କରିଛି । ଏହା କେବଳ ସରକାରଙ୍କ ନୁହେଁ, ଏହା ସୁଶାସନର ଏକ ବର୍ଷ । ଏହା ଓଡ଼ିଶାର କୋଟିକୋଟି ମତଦାତାଙ୍କ ବିଶ୍ୱାସର ଏକ ନିଷ୍ଠାପର ପ୍ରୟାସ । ଏଥିପାଇଁ ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ମୁଁ ମୋହନ ମାଝୀଙ୍କ ପୂରା ଟିମ୍‌କୁ ଶୁଭେଚ୍ଛା ଜଣାଉଛି । ଏହି ଟିମ୍‌ ଓଡ଼ିଶା ବିକାଶକୁ ଏକ ନୂଆ ଗତି ଦେଇଛନ୍ତି ।