ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ବିମାନ ବନ୍ଦରରେ ହୋଇଥିଲା ଭବ୍ୟ ସ୍ୱାଗତର ଆୟୋଜନ

ଭୁବନେଶ୍ୱର, ୨୦/୦୬: ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟ ସରକାରଙ୍କ ବର୍ଷପୂର୍ତ୍ତି ଉତ୍ସବରେ ଯୋଗ ଦେବା ପାଇଁ ଓଡ଼ିଶା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ । ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମୋଦୀ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ବିମାନବନ୍ଦରରେ ପହଞ୍ଚିବା ପରେ ରୋଡ୍‌ ସୋ’ରେ ବାହାରି ଜନତା ମଇଦାନରେ ଅଭିମୁଖେ ଯାଉଛନ୍ତି।

ରାଜ୍ୟବାସୀଙ୍କୁ ପ୍ରାୟ ୩ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ ନରେନ୍ଦ୍ର ମୋଦୀ । ଏଥିରେ ୨୭୦୦ କୋଟି ଟଙ୍କାର ରେଳ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ସହ ନରାଜରେ ନିର୍ମିତ ୫୦କୋଟି ଟଙ୍କାର ଇଭି ବସ୍‌ ଡିପୋର ଉଦ୍‌ଘାଟନ , ୧୦୦ଟି ନୂଆ ଇଭି ବସ୍‌ର ଶୁଭାରମ୍ଭ ଆଦି ରହିଛି । ଏଥିପାଇଁ ବିଜେପି ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି ।