ଭୁବନେଶ୍ୱର,୨୦/୦୬: ହାଇକୋର୍ଟ ଗଲେ ଧର୍ମଗଡ଼ର ପୂର୍ବତନ ଉପଜିଲ୍ଲାପାଳ ଧୀମାନ୍ ଚକ୍ମା । ଭିଜିଲାନ୍ସ କୋର୍ଟରେ ଜାମିନ ନାମଞ୍ଜୁର ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଧୀମାନ୍ । ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇ ଜେଲ୍ରେ ଅଛନ୍ତି ଚକ୍ମା । ସୂଚନାଯୋଗ୍ୟ, ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ଲାଞ୍ଚନେବାବେଳେ ଭିଜିଲାନ୍ସ ହାତରେ ରେଡ୍ ହ୍ୟାଣ୍ଡେଡ୍ ଧରା ପଡ଼ିଥିଲେ । ଜୟପାଟଣା ଅଞ୍ଚଳର ଜଣେ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । କ୍ରସର ମାଲିକଙ୍କୁ ଧୀମାନ ୨୦ ଲକ୍ଷ ଟଙ୍କା ଦାବି କରିଥିବା ଜଣାପଡ଼ିଥିଲା । ହେଲେ କ୍ରସର ମାଲିକ ଅନ୍ୟ ଉପାୟ ନ ପାଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଚଢାଉରେ ଉପଜିଲ୍ଲାପାଳ ଧୀମାନଙ୍କ ଘରୁ ଆଉ ୪୭ ଲକ୍ଷ ମିଳିଥିଲା । ଯାହା ପରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।