ମହାପ୍ରଭୁଙ୍କ ଦେବସ୍ନାନ ନୀତି ପାଇଁ ପ୍ରସ୍ତୁତି ଆରମ୍ଭ, ଆସନ୍ତାକାଲି ଲାଗି ହେବ ସେନାପଟା

ଭୁବନେଶ୍ୱର,୦୯/୦୬: ଗୋଟିଏ ଦିନ ପରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ । ଚଳଚଞ୍ଚଳ ରଥ ଖଳା । ତିନି ରଥର ଚାରି ନାହାକା ଉଠିବା ପରେ ତିନି ରଥରେ ଗୋଟିଏ ଗୋଟିଏ ଛନ୍ଦା ଗୟଳ ମୋଡା ଯାଇଥିଲା । ଆଜି ତିନି ରଥର ୪୪ ଗୋଟି ଯୋକା ଫିଟିଙ୍ଗ ଆରମ୍ଭ ହୋଇଛି । ସେପଟେ ଆଉ ଦିନକ ପରେ ସ୍ନାନପୂର୍ଣ୍ନିମା। ରତ୍ନବେଦୀ ଛାଡି ସ୍ନାନବେଦୀରେ ପ୍ରତ୍ୟକ୍ଷ ସ୍ନାନ କରିବେ ମହାପ୍ରଭୁ । ୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧାବିଗ୍ରହ । ତେଣୁ ଆଜି ତ୍ରୟୋଦଶ ତିଥିରେ ଦଇତାପତି ସେବକମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ରଥଯାତ୍ରା ଶେଷ ପର୍ଯ୍ୟନ୍ତ ନୀତିକାନ୍ତି ସମ୍ପାଦିତ କରିବେ । ସ୍ନାନପୂର୍ଣ୍ନିମାରେ ପହଣ୍ଡି ପୂର୍ବରୁ ଦଇତାପତି ସେବାୟତ ମାନେ ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ସେନାପଟା ଲାଗି ଓ ବାହୁଟକଣ୍ଟ ନୀତି ସମ୍ପାଦିତ କରିବା ପରେ ପହଣ୍ଡି ହୋଇ ସ୍ନାନମଣ୍ଡପକୁ ଆସିବେ ଚତୁର୍ଦ୍ଧାବିଗ୍ରହ ।