ଭୁବନେଶ୍ୱର, ୦୮/୦୬: ରାଜ୍ୟରେ ନୂଆକରି ନିର୍ମାଣ ହେବ ଲୋକସେବା ଭବନ ଏବଂ ବିଧାନସଭା । ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ବିଭାଗର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଓଡ଼ିଶା ଏକ ବାତ୍ୟା ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଅନେକ ସ୍ଥାନରେ ବାତ୍ୟା ପ୍ରତିରୋଧ ବିଲ୍ଡିଂ ନିର୍ମାଣ ହେବାର ଆବଶ୍ୟକତା ରହିଛି । ତେଣୁ ନୂଆ ପ୍ରୋଜେକ୍ଟକୁ ସଠିକ୍ ସମୟରେ ସାରିବାକୁ ସରକାର ଫୋକସରେ ରଖିଛନ୍ତି । ଏହାସହ ଭୁବନେଶ୍ୱରରେ ଓଡ଼ିଶା ମଣ୍ଡପ ନିର୍ମାଣ କରାଯିବ । ନୂଆଦିଲ୍ଲୀରେ ଭାରତ ମଣ୍ଡପମ୍ ଭଳି ଓଡ଼ିଶାରେ ମଧ୍ୟ ବିଶ୍ୱସ୍ତରୀୟ କନଭେନସନ୍ ପାଇଁ ସରକାର ପରିକଳ୍ପନା କରିଥିବା କହିଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଖାଲି ସେତିକି ନୁହେଁ, ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଓଡ଼ିଶା ମଣ୍ଡପ ପାଇଁ ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ ସରିଛି । ଏହି ମଣ୍ଡପରେ ବୋର୍ଡରୁମଠୁ ଆରମ୍ଭ କରି ୧୦ ହଜାର ଲୋକ ବସି ପାରିଲା ଭଳି ସେଣ୍ଟର ନିର୍ମାଣ ହେବ ।