ଭୁବନେଶ୍ୱର,୦୭/୦୬: ରାଜ୍ୟରେ ଏବେ କିଛି ସ୍ଥାନରେ ବର୍ଷା ହେଉଛି। ଏହାରି ମଧ୍ୟରେ ଆଗାମୀ ୩ ଘଣ୍ଟା ମଧ୍ୟରେ ୭ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ନେଇ ସତର୍କ କରାଯାଇଛି । ମଧ୍ୟମ ଓ ହାଲୁକା ଧରଣର ବର୍ଷା, ବଜ୍ରପାତର ସମ୍ଭାବନା ରହିଥିବା ନେଇ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ । ଏପରିକି ୭ଟି ଜିଲ୍ଲାକୁ ସତର୍କ କରାଇ ୱେଲୋ ୱାର୍ଣ୍ଣିଂ ଜାରି ମଧ୍ୟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହିସବୁ ଜିଲ୍ଲା ଗୁଡ଼ିକ ହେଉଛି-: କେନ୍ଦୁଝର, ମୟୂରଭଞ୍ଜ, କଟକ , ରାୟଗଡ଼ା, ବାଲେଶ୍ବର, ଭଦ୍ରକ ଏବଂ ଗଜପତି ।ଏହିସବୁ ଜିଲ୍ଲା ଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ସହ ଝଟକା ପବନ ( ୩୦-୪୦) କିଲୋମିଟର ପ୍ରତି ଘଣ୍ଟା ହେବା ନେଇ ପୂର୍ବାନୁମାନ କରି ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ୟପଟେ ଜୁନ୍ ୮ ତାରିଖରୁ ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ପାଗରେ ସାମାନ୍ୟ ପରିବର୍ତ୍ତନ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।