ଭୁବନେଶ୍ୱର,୦୭/୦୬: ସପ୍ତାହକ ପରେ ଓଡ଼ିଶାର ଗଣପର୍ବ ରଜ । ଆଉ ଏଥର ରଜରେ ତାତି କମିବ, ବର୍ଷା ବଢିବ । ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବ । ରଜ ବେଳକୁ ମୌସୁମୀ ଅଧିକ ସକ୍ରିୟ ହେବ । ଏବେ ଦିନରେ ତାତି କଲବଲ କରୁଥିବା ବେଳେ ସନ୍ଧ୍ୟାରେ ପାଗରେ ଅଚାନକ ପରିବତ୍ତର୍ନ ହେଉଛି । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ପାଗର ମିଜାଜ ଏଭଳି ରହିବ। ଅଚାନକ ବିଜୁଳି, ଘଡଘଡି ସହ ବର୍ଷାର ଆକଳନ କରିଛି ପାଣିପାଗ ବିଭାଗ। ଏଥିପାଇଁ, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ଗରମ ଓ ଗୁଳୁଗୁଳି ପାଇଁ ଉତ୍ତର-ଉପକୂଳ ଓଡ଼ିଶାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ, ଗଞ୍ଜାମ, ଗଜପତି ଜିଲ୍ଲା ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।