ରାଜ୍ୟ କ୍ୟାବିନେଟ ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର

ଭୁବନେଶ୍ୱର,୦୬/୦୬: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ। ଏହି  ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର ବାଜିଛି । କିନ୍ତୁ କ୍ୟାବିନେଟ୍‌ରେ ୫ଟି ପ୍ରସ୍ତାବ ଉପସ୍ଥାପିତ ହୋଇଥଲା । ସହର ବିକାଶ ଯୋଜନା ପାଇଁ ୬୧୦୦ କୋଟି ଅନୁମୋଦିତ । ଜୈବ ପ୍ରଜୁକ୍ତି ବିଜ୍ଞାନର ବିକାଶ ଯୋଜନାକୁ ମଞ୍ଜୁରୀ । ଏହି ଯୋଜନା ୫ ବର୍ଷ ପାଇଁ କାର୍ଯ୍ୟକାରୀ କରାଯିବ। ଯୋଜନା ପାଇଁ ୧୧୧୩.୫୦ କୋଟି ଟଙ୍କା ବ୍ୟୟ ଅଟ୍ଟକଳ ହୋଇଛି । ଛେଲିଗଡ଼ ଜଳସେଚନ ପ୍ରକଳ୍ପ ନେଇ ନିଷ୍ପତ୍ତି ହୋଇଛି । ପ୍ରକଳ୍ପର କଂକ୍ରିଟ୍‌ ଡ୍ୟାମ୍‌, ସିଙ୍ଗଲ ୱେ ନିର୍ମାଣ ହେବ । ଖର୍ଚ୍ଚ ହେବ ୧୫୧ କୋଟି, ୬୨୬୦ ହେକ୍ଟର ଜଳସେଚନ ହେବ।

Leave a Reply

Your email address will not be published. Required fields are marked *