ରଥଯାତ୍ରାରେ ନୀତି ଶୃଙ୍ଖଳିତ କଲେ ପୁରସ୍କୃତ ହେବେ ସେବାୟତ

ଭୁବନେଶ୍ୱର,୦୫/୦୬: ଆଉ ଅଳ୍ପ କେଇଟା ଦିନ ରହିଲା ମହାପ୍ରଭୁଙ୍କ ରଥଯାତ୍ରା। ଆଉ ଏହି ରଥଯାତ୍ରାରେ ନୀତି ଶୃଙ୍ଖଳିତ କଲେ ପୁରସ୍କୃତ ହେବେ ସେବାୟତ । ୨ କୋଟି ୨୫ ଲକ୍ଷ ଟଙ୍କାର ସ୍ବତନ୍ତ୍ର ଅର୍ଥରାଶିକୁ ଅନୁମୋଦନ କରିଛି ଆଇନ ବିଭାଗ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛି ଆଇନ ବିଭାଗ । ଏ ବର୍ଷ ରଥଯାତ୍ରାରେ  ନୀତି ସଅଳ ଓ  ଶୃଙ୍ଖଳିତ ଭାବେ ସମାପନ ହେଲେ ଦଇତାପତି ନିଯୋଗକୁ ସ୍ୱତନ୍ତ୍ର ଭାବେ ଏହି ରାଶି ପ୍ରଦାନ କରିବାକୁ ଆଇନ ବିଭାଗ ଅନୁମୋଦନ କରିଛି । ଏହି ରାଶି ଶ୍ରୀମନ୍ଦିର ପ୍ରଶାସନ ପାଣ୍ଠିରୁ ପ୍ରଦାନ କରାଯାଇ ପାରିବ ବୋଲି ଚିଠିରେ ଦର୍ଶାଯାଇଛି । ପରେ ସେହି ଅର୍ଥକୁ ରାଜ୍ୟ ସରକାର ଅତିରିକ୍ତ ବଜେଟରେ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିବେ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *