ଭୁବନେଶ୍ୱର,୦୩/୦୬: ସୁନ୍ଦରଗଡ଼ରେ ୪ଟନ୍ ବିସ୍ଫୋରକ ସାମଗ୍ରୀ ଲୁଟ୍ ଘଟଣାରେ ବଡ଼ଗାଁର ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଗିରଫ ହୋଇଛନ୍ତି । ଗୋଦାମ ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଥିଲା SIT । ବିସ୍ଫୋରକ ସାମଗ୍ରୀ ନେଇଯାଇଥିବା ଟ୍ରକ୍ ଡ୍ରାଇଭର ମଧ୍ୟ ଅଟକ ଥବା ନେଇ ସୂଚନା ରହିଛି । ପୂର୍ବରୁ ବିସ୍ଫୋରକ ଗୋଦାମକୁ ସିଲ୍ କରିଛି ସୁନ୍ଦରଗଡ଼ ପୋଲିସ । ବିସ୍ଫୋରକ ସାମଗ୍ରୀକୁ ନେଇ ପୋଲିସ ଜୋରଦାର ଛାନଭିନ ଚଳାଇଛି । ଯାଞ୍ଚ ନେଇ ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି । କେଉଁଠି କେତେ ବିସ୍ଫୋରକ ସାମଗ୍ରୀ ମହଜୁଦ ଅଛି ସେନେଇ ତନାଘନା ଚାଲିଛି । ରାଉରକେଲା ସମେତ ପୂରା ସୁନ୍ଦରଗଡ଼ ଓ କେନ୍ଦୁଝରରେ ମଧ୍ୟ ଯାଞ୍ଚ କରାଯାଉଛି । ଗୋଦାମରେ ଥିବା ଷ୍ଟକ ଓ କାଗଜପତ୍ର ଯାଞ୍ଚ ହେଉଛି । ଗତକାଲି ଝାଡଖଣ୍ଡ ଜରେଇକଲା ଥାନା ତିରିଲିପୋଷ ଜଙ୍ଗଲରୁ ଅଢେଇ ଟନର ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା ।