ଭୁବନେଶ୍ୱର,୦୩/୦୬: ରାଜ୍ୟର ଅଧିକାଂଶ ସ୍ଥାନରେ ଗରମ ଓ ଗୁଳୁଗୁଳି ହେବ। ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ଗଂଜାମ, ଗଜପତି ଏବଂ ନୟାଗଡ଼ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ବୁଧବାର ମଧ୍ୟ ଏହି ସବୁ ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଓ ଗରମ ସ୍ଥିତି ରହିବ। ଆସନ୍ତା ୬ ତାରିଖ ଯାଏଁ ଉପକୂଳବର୍ତ୍ତୀ ୧୧ ଜିଲ୍ଲାକୁ ହିଟୱେଭ୍ ନେଇ ୟେଲୋ ୱାର୍ଣ୍ଣିଂ ରହିଛି। ଅନ୍ୟପଟେ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ତାତିରୁ ସାମାନ୍ୟ ଆଶ୍ବସ୍ତି ଦେଇପାରେ କାଳବୈଶାଖୀ ବର୍ଷା। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ, ବାଲେଶ୍ବର ଏବଂ ଭଦ୍ରକରେ କାଳବୈଶାଖୀ ସମ୍ଭାବନା ରହିଛି। ମେ’ ୩୧ରୁ ରାଜ୍ୟରେ ମୌସୁମୀ ବର୍ଷା କମିଯାଇଛି। ଏବେ ରାଜ୍ୟର ଆକାଶ ମେଘମୁକ୍ତ ଥିବାରୁ ଧୀରେଧୀରେ ରାଜ୍ୟର ତାତି ବଢ଼ିବାରେ ଲାଗିଛି। ଏହି ସ୍ଥିତି ରଜ ଯାଏ ଲାଗିରହିବ। ରଜ ପରେ ପୁଣି ମୌସୁମୀ ଫେରିବ ବୋଲି ଆକଳନ କରାଯାଉଛି।