ଜନଗଣନା ପାଇଁ ଦାୟିତ୍ୱରେ ଆଇଏଏସ ନିଖିଳ ପବନ କଲ୍ୟାଣ

ଭୁବନେଶ୍ୱର,୦୩/୦୬: ଜନଗଣନା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଇଏଏସ ନିଖିଳ ପବନ କଲ୍ୟାଣଙ୍କୁ ଜନଗଣନା ପରିଚାଳନା ନିର୍ଦ୍ଦେଶକ ଡିସିଓ ତଥା ଡିସିଆର ଭାବେ ଦାୟିତ୍ବ ଦିଆଯାଇଛି । ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ୨୦୨୫ ଡିସେମ୍ବର ୩୧ ଯାଏ ସେ ଏହି ଦାୟିତ୍ବରେ ରହିବେ । କଲ୍ୟାଣ ବର୍ତ୍ତମାନ ରାଜ୍ୟ ମୃତ୍ତିକା ସଂରକ୍ଷଣ ଓ ଉଦ୍ୟାନ କୃଷି ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ପୂର୍ବତନ ଜନଗଣନା ନିର୍ଦ୍ଦେଶକ ଉଦୟ ନାରାୟଣ ଦାସଙ୍କୁ ଗତ ମେ ମାସରେ ରାଜ୍ୟ ସରକାର ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ଭାବେ ନିଯୁକ୍ତ କରିବା ପରେ ଏହି ପଦବୀ ଖାଲି ହୋଇ ପଡ଼ିଥିଲା । ଏପ୍ରିଲ ମାସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଆସନ୍ତା ଜନଗଣନା ଜାତି ଭିତ୍ତିକ ହେବ ବୋଲି ଘୋଷଣା ହୋଇଥିଲା । ଫଳରେ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ସଠିକ ଭାବେ ହୋଇପାରିବ ।

Leave a Reply

Your email address will not be published. Required fields are marked *