ଐତିହାସିକ ବିଜୟ ପାଇଁ ଡି. ଗୁକେଶଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨/୦୬: ଷ୍ଟାଭାଙ୍ଗରରେ ଚାଲିଥିବା ନରୱେ ଚେସ୍ ୨୦୨୫ ଟୁର୍ଣ୍ଣାମେଣ୍ଟରେ ବିଶ୍ୱ ନମ୍ବର ୧ ମ୍ୟାଗନସ୍ କାର୍ଲସେନଙ୍କ ବିପକ୍ଷରେ ଐତିହାସିକ ବିଜୟ ପାଇଁ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାରତୀୟ ଚେସ୍ ଖେଳାଳି ଡି. ଗୁକେଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ  ମୁଖ୍ୟମନ୍ତ୍ରୀ ଗୁକେଶଙ୍କ ସଫଳତାକୁ ପ୍ରଶଂସା କରି ଏହାକୁ “ସମଗ୍ର ଦେଶ ପାଇଁ ଏକ ଗର୍ବର ମୁହୂର୍ତ୍ତ” ବୋଲି କହିଛନ୍ତି।ଏହି ଫଳାଫଳ ପାଞ୍ଚଥର ବିଶ୍ୱ ଚାମ୍ପିଅନଙ୍କ ଉପରେ ଗୁକେଶଙ୍କର ପ୍ରଥମ ଐତିହାସିକ ବିଜୟ ଏବଂ ବିଶ୍ୱ ଚେସ୍‌ରେ ଚହଳ ସୃଷ୍ଟି କରିଛି।

ଏହି ବିଜୟ ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ଗୁକେଶଙ୍କ ପ୍ରସ୍ତୁତିକୁ ମଧ୍ୟ ବୃଦ୍ଧି କରିଛି। ଯେଉଁଠାରେ ସେ ବିଶ୍ୱ ଟାଇଟଲ ପାଇଁ ଭାରତର ପ୍ରତିନିଧିତ୍ୱ କରିବେ।

Leave a Reply

Your email address will not be published. Required fields are marked *