ଗାନ୍ଧୀନଗର ସଭାରେ ପାକିସ୍ତାନକୁ ପୁଣି ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୭/୦୫: ଗୁଜରାଟ ଗସ୍ତର ୨ୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ଗାନ୍ଧୀ ନଗରରେ ବିଶାଳ ରୋଡ ଶୋ କରିଛନ୍ତି । ଅପରେସନ ସିନ୍ଦୂରର ସଫଳତା ବଖାଣିବା ସହ ସେନାର ଭୁରି ଭୁରି ପ୍ରଂଶସା କରିଛନ୍ତି । ଏଥିସହ ଗୁଜରାଟ ମାଟିରୁ ପୁଣି ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ମୋଦୀ । ସେ କହିଛନ୍ତି ଇଟାର ଜବାବ ଆମେ ପଥରରେ ଦେବୁ। ଆକ୍ରମଣ ଛୋଟ ହେଉ କି ବଡ ସବୁ ଆକ୍ରମଣର ମୁହଁତୋଡ ଜବାବ ଦିଆଯିବ । ଆତଙ୍କୀ କାର୍ଯ୍ୟକଳାପର ସାମାନ୍ୟ ସୁରାକ ମିଳିବା ମାତ୍ରକେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆତଙ୍କବାଦ ବିରୋଧରେ ଭାରତର ଏକ ମାତ୍ର ଲକ୍ଷ୍ୟ, ମାଟିରେ ମିଶିବେ ଆତଙ୍କୀ ।

Leave a Reply

Your email address will not be published. Required fields are marked *