ନୂଆଦିଲ୍ଲୀ,୨୭/୦୫: ଦେଶରେ କୋଭିଡ ସ୍ଥିତିକୁ ନେଇ ଆସନ୍ତାକାଲି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଭିଡିଓ କନ୍ଫରରେନ୍ସିଂରେ ସବୁ ରାଜ୍ୟର ଅଧିକାରୀ ମାନେ ସାମିଲ ହେବେ । ଦେଶରେ ବ୍ୟାପୁଥିବା ଦୁଇଟି ଭ୍ୟାରିଏଣ୍ଟରେ କେବଳ ଥଣ୍ଡା କାଶ ଲକ୍ଷଣ ଦେଖାଯାଉଛି । ରାଜ୍ୟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି । ଦେଶର ସ୍ଥିତିକୁ ଦେଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଭୟଭୀତ ନହେବାକୁ ରାଜ୍ୟବାସୀଙ୍କୁ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । ଦେଶରେ ଓମିକ୍ରନ୍ର ୪ ଉପପ୍ରଜାତି ଚିହ୍ନଟ ହୋଇଥିବା ବେଳେ ସକ୍ରିୟ ମାମଲା ରହିଛି ୧ ହଜାରରୁ ଅଧିକ । କେରଳ, ମହାରାଷ୍ଟ୍ର ଓ ଦିଲ୍ଲୀରେ ସଂକ୍ରମଣ ଉପରମୁହାଁ ହେବାରେ ଲାଗିଛି । କେରଳରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କେରଳରେ ୪୩୦ ସକ୍ରିୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।