ଭୁବନେଶ୍ୱର,୨୫/୦୫: ପୁରୀରେ ରଥକାଠ ଅଭାବ ପୂରଣ ପାଇଁ ବୌଦ୍ଧ ବନଖଣ୍ଡରୁ ଆସିଲା ୩୨ ଖଣ୍ଡ ୪୦ ଫୁଟିଆ କାଠ । ସେଥିରେ ୧୦ଟି ଧଉରା ଓ ୨୨ଟି ଅସନ କାଠ ରହିଛି । ପୂର୍ବରୁ ୩୮ ଖଣ୍ଡ କାଠ ଆସିଥିଲା । ତେବେ ଅଖ ତିଆରି ପାଇଁ ଏହା ଯଥେଷ୍ଟ ନୁହେଁ । ଅବଶିଷ୍ଟ କାଠ ଆସିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଆବଶ୍ୟକ କାଠ ଆସିନଥିବାରୁ ପୁରୀରେ ରଥ ନିର୍ମାଣ ବିଳମ୍ବ ହେଉଛି । ଅଖ ପାଇଁ ପୂର୍ବରୁ ୩୮ ଖଣ୍ଡ କାଠ ଆସିଥିଲା । ପୁଣି ବୌଦ୍ଧରୁ ୩୨ ଖଣ୍ଡ କାଠ ଆସିଛି କିନ୍ତୁ ସମସ୍ତ ଅଖ ନିର୍ମାଣ ପାଇଁ ତାହା ଯଥେଷ୍ଟ ନୁହେଁ । ଏଥିପାଇଁ ବିଶ୍ୱକର୍ମା ମହାରଣା ଅସନ୍ତୋଷ ପ୍ରକାଶ କରିଛନ୍ତି । ଏମିତି ପରିସ୍ଥିତରେ କେମିତି ଧାର୍ଯ୍ୟ ସମୟରେ ରଥ ନିର୍ମାଣ ସଂପୂର୍ଣ୍ଣ ହେବ, ସେନେଇ ପ୍ରଶ୍ନ ଉଠୁଛି ।