୨୪ ଘଣ୍ଟାରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ନୂଆଦିଲ୍ଲୀ,୨୪/୦୫: ୨୪ ଘଣ୍ଟାରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ୧୬ ବର୍ଷରେ ପ୍ରଥମ ଥର ପାଇଁ ସଅଳ ଆସୁଛି ମୌସୁମୀ । ଜୁନ୍‌ ବଦଳରେ ମେ’ରେ କେରଳ ଛୁଇଁବ ମୌସୁମୀ । ସାଧାରଣ ସମୟର ପ୍ରାୟ ସପ୍ତାହକ ପୂର୍ବରୁ ମୌସୁମୀ କେରଳ ଛୁଇଁବାକୁ ଯାଉଛି । ମୌସୁମୀ ଆସିବା ପାଇଁ ପାଗ ଅନୁକୂଳ ରହିଛି । ଯାହାର ପ୍ରଭାବରେ କେରଳରେ ୨ ଦିନ ଧରି ପ୍ରବଳ ବର୍ଷା ଜାରି ରହିଛି । ଏଥି ସହିତ ଆଗାମୀ ୬ ଦିନ ପର୍ଯ୍ୟନ୍ତ କେରଳ ଓ ଦକ୍ଷିଣରେ ଥିବା ରାଜ୍ୟ ଗୁଡ଼ିକରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଗତ ୨୦୦୧ ଓ ୨୦୦୯ରେ ମେ’ ୨୩ ତାରିଖରେ କେରଳ ଛୁଇଁଥିଲା ମୌସୁମୀ । ପ୍ରାୟତଃ ଜୁନ୍‌ ୧ ତାରିଖରେ କେରଳରେ ପହଞ୍ଚିଥାଏ ମୌସୁମୀ । ଏବେ ୧୬ ବର୍ଷରେ ପ୍ରଥମ ଥର ପାଇଁ ଅସଳ ଆସୁଛି ମୌସୁମୀ । ଏପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ବଦଳିଛି ପାଗ । କଟକ, ଭୁବନେଶ୍ବର, ପୁରୀର ବିଭିନ୍ନ ସ୍ଥାନରେ ଆଜି ସକାଳୁ ସକାଳୁ ବର୍ଷା ଆରମ୍ଭ ହୋଇଛି । ଆଗାମୀ ୩ ଘଂଟା ପାଇଁ ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଢ଼େଙ୍କାନାଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *