ଭୁବନେଶ୍ୱର,୨୨/୦୫: ଆଜି ଯାଜପୁରରେ ମୁଖ୍ୟମନ୍ତ୍ରୀ ୪ଟି ବୃହତ ଶିଳ୍ପର ଉଦ୍ଘାଟନ କରିଛନ୍ତି । ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ବି ସ୍ଥାପନ ହୋଇଛି । ମେକ୍ଇନ୍ ଓଡ଼ିଶା କନକ୍ଲେଭ୍ରେ ପୁଞ୍ଜି ନିବେଶ ପ୍ରସ୍ତାବ ତ ଆସୁଥିଲା, ହେଲେ ଅଧାରେ ଅଟକୁଥିଲା ନିବେଶ । କିନ୍ତୁ ନୂଆ ସରକାରରେ ପୁଣି କଳିଙ୍ଗନଗରକୁ ଶିଳ୍ପ ଫେରିବାର ସମ୍ଭାବନା ଉଜ୍ଜ୍ୱଳ ହୋଇଛି । ଆଜି କଳିଙ୍ଗନଗରରେ ୪ଟି ବୃହତ ଶିଳ୍ପର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୫-ଏମ୍ଟିପିଏକୁ ବଢ଼ିଛି ଟାଟା ଷ୍ଟିଲ୍ ଲିମିଟେଡ୍ର କଳେବର । ୪୭,୫୯୯ କୋଟିର ଏ ପ୍ରକଳ୍ପରେ ୪୬୨୫ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ରହିଛି ।
ସେହିପରି ଜେଏସ୍ଏଲ୍ ଗ୍ରୁପ୍ରେ ୪୭୦ କୋଟି ନିବେଶ ହୋଇ ୫୫୦ ନିଯୁକ୍ତି ମିଳିବ । ଜଟିଆ ଷ୍ଟିଲ୍ ଲିମିଟେଡ୍ରେ ୨୨୦ କୋଟି ନିବେଶ ହୋଇ ୩୨୫ ନିଯୁକ୍ତି, ଆବିସ୍ ଏକ୍ସପୋର୍ଟସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ରେ ୧୬୧.୫୭ କୋଟି ନିବେଶ ହୋଇ ୮୫୦ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ରହିଛି ।