ଯେବେ ସିନ୍ଦୂର ବାରୁଦ ହୁଏ ପରିଣାମ କଣ ହୁଏ ସାରା ଦୁନିଆ ଦେଖିଲା : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨/୦୫: ରାଜସ୍ଥାନର ବିକାନେରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ୱୋଧନ । ସେଠାରେ ସେ କହିଛନ୍ତି ଯେ, ସାରା ଦୁନିଆ ଦେଖିଲା ଯେବେ ସିନ୍ଦୂର ବାରୁଦ ହୁଏ ପରିଣାମ କଣ ହୁଏ । ସିନ୍ଦୂର ପୋଛିଥିବା ସୈତାନଙ୍କୁ ମାଟିରେ ମିଶାଇଲୁ । ୨୨ର ପ୍ରତିଶୋଧ ୨୨ ମିନିଟରେ ନେଇଥିଲୁ । ୯ଟି ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଥିଲୁ । ପ୍ରଥମେ ଘରେ ପଶି ମାରିଥିଲୁ, ଏବେ ଛାତିକୁ ମାରିଲୁ । ଏହା ଆକ୍ରୋଶ ନୁହେଁ, ସମଗ୍ର ଭାରତର ରୌଦ୍ର ରୂପ । ପରମାଣୁ ଆକ୍ରମଣ ଧମକକୁ ଭାରତ ଖାତିର କରେନି । ପୂରା ବିଶ୍ୱରେ ପାକିସ୍ତାନର ପୋଲ୍ ଖୋଲୁଛି । ଆଉ ଆକ୍ରମଣ କଲେ ଧୂଳିସାତ କରିଦେବୁ । ପାକିସ୍ତାନ କେବେ ସିଧା ଲଢ଼େଇ କରିପାରିବନି । ଆହୁରି ମଧ୍ୟ ମୋଦୀ କହିଛନ୍ତି, ପାକିସ୍ତାନକୁ ଭାରତର ହକ୍ ର ପାଣି ମିଳିବନି । ଭାରତୀୟଙ୍କ ରକ୍ତରେ ଖେଳିବା ପାକିସ୍ତାନୀଙ୍କୁ ମହଙ୍ଗା ପଡ଼ିବ । ପାକିସ୍ତାନ କେବେ ଭାରତଠାରୁ ସିଧା ସଳଖ ଯୁଦ୍ଧ ଜିତିପାରିବନି । ସେଥିପାଇଁ ପାକିସ୍ତାନ ଆତଙ୍କବାଦକୁ ଭାରତ ବିପକ୍ଷରେ ଅସ୍ତ୍ର କରିଛି । ସ୍ୱାଧୀନତା ପରଠୁ ଏହା ହିଁ ହୋଇ ଆସିଛି । ହେଲେ ପାକିସ୍ତାନ ଏହା ଭୁଲି ଯାଇଛି ମା’ ଭାରତୀର ସେବକ ମୋଦୀ ଏଠାରେ ଛାତି ଦେଖାଇ ଛିଡ଼ା ହୋଇଛି । ମୋଦୀର ମୁଣ୍ଡ ଥଣ୍ଡା ଅଛି ଥଣ୍ଡା ରହିବ । ହେଲେ ମୋଦୀର ରକ୍ତ ଗରମ ହୁଏ । ଏବେ ମୋଦୀର ଶିରରେ ରକ୍ତ ନୁହେଁ ଗରମ ସିନ୍ଦୂର ପ୍ରବାହିତ ହେଉଛି । ଯଦି ପାକିସ୍ତାନ ଆତଙ୍କୀ କାର୍ଯ୍ୟକଳାପ ବନ୍ଦ ନକଲା ତାକୁ ବହୁମୂଲ୍ୟ ସହିବାକୁ ପଡ଼ିବ ।

Leave a Reply

Your email address will not be published. Required fields are marked *