ନୂଆଦିଲ୍ଲୀ,୧୦/୦୫: ପାକିସ୍ତାନ ବାରମ୍ବାର ସୀମାରେ ଗୁଳିବର୍ଷା କରୁଛି ଓ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରୁଛି । ପାକିସ୍ତାନକୁ କଡା ଜବାବ ଦେଉଛି ଭାରତ । ସେପଟେ ପାକିସ୍ତାନର ସମସ୍ତ ମିସାଇଲ ଓ ଡ୍ରୋନ୍କୁ ଖସାଇ ଦେଇଛି ଭାରତର ‘ବରାକ ୱାନ୍’ ମିସାଇଲ । ବରାକ୍ର ଅର୍ଥ ବିଜୁଳି । ଅତ୍ୟାଧୁନିକ, ଦୂରଭେଦଗାମୀ, ଦ୍ରୁତ ମିସାଇଲ ସିଷ୍ଟମ୍ ହେଉଛି ‘ବରାକ ୱାନ୍’ । ଏହା ଆକ୍ରମଣ ସହ ତଥ୍ୟ ଦେଇପାରୁଥିବା ଏକ ମିସାଇଲ । ସ୍ଥଳଭାଗରୁ ଆକାଶକୁ ସଠିକ ଲକ୍ଷ୍ୟଭେଦ କରିପାରିବାର କ୍ଷମତା ଏଥିରେ ରହିଛି । ଏହା ସହିତ ଆକାଶରୁ ଆକାଶକୁ ଲକ୍ଷ୍ୟଭେଦ ବି ପାରେ । ଏକୁଟିଆ ଏକାଧିକ ଆକ୍ରମଣକୁ ପ୍ରତିହତ କରିପାରେ ‘ବରାକ ୱାନ୍’ ମିସାଇଲ । ଅର୍ଥାତ୍ ବିଭିନ୍ନ ଦିଗରୁ ଆକ୍ରମଣ ହେଲେ ଏକାସହ ଟାର୍ଗେଟ୍ କରିପାରେ । ୭୦ରୁ ୧୦୦ କିଲୋମିଟର ଲକ୍ଷ୍ୟଭେଦ କ୍ଷମତା ରହିଛି ।