ନୂଆଦିଲ୍ଲୀ,୧୦/୦୫: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଏହା ମଧ୍ୟରେ ପାକିସ୍ତାନରେ ଭୂମିକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ମ୍ୟାଗ୍ନିଚ୍ୟୁଡର ଥିବା ଜଣାପଡିଛି । ଭାରତ ସହ ସଂଘର୍ଷ ଜାରିଥିବା ସମୟରେ ଭୂକମ୍ପର ଝଟକା ପାକିସ୍ତାନକୁ ଦୋହଲାଇ ଦେଇଥିଲା । ଏହି ଭୂମିକମ୍ପରେ କୌଣସି ଧନଜୀବନର କ୍ଷତି ହୋଇଥିବା ସୂଚନା ମିଳିନାହିଁ । ଏହାର କେନ୍ଦ୍ରସ୍ଥଳ ପାକିସ୍ତାନର ବଲୁଚିସ୍ତାନ ସହର ନିକଟ କ୍ବେଟାରେ ହୋଇଥିବା ଜଣାପଡିଛି । ଏପଟେ ଭାରତ ଦୁଇଟି ଡ୍ୟାମ ଖୋଲିବାରୁ ପାକିସ୍ତାନରେ ବନ୍ୟା ସ୍ଥିତି ଦେଖାଦେଇଛି ।