ଘରୁ ନବାହାରିବା ପାଇଁ ନିର୍ଦ୍ଦେଶ, ପରଦା ପକେଇବା ସହ ଝରକା ପାଖରୁ ଦୂରେଇ ରହିବାକୁ ବି ଲୋକଙ୍କୁ ପରାମର୍ଶ

ନୂଆଦିଲ୍ଲୀ,୦୯/୦୫: ଗତକାଲି ସାରା ରାତି ବ୍ଲାକ୍‌ଆଉଟ୍‌ ରହିବା ପରେ ପଞ୍ଜାବ ଅମୃତସରରେ ଆଜି ବିଦ୍ୟୁତ ସରବରାହ ସ୍ୱାଭାବିକ ହୋଇଛି । ଜମ୍ମୁରେ ପାକିସ୍ତାନର ଡ୍ରୋନ୍‌ ଆକ୍ରମଣ ପରେ ପୂରା ପଞ୍ଜାବ ବ୍ଲାକ୍‌ଆଉଟ୍‌ ହୋଇଥିଲା । କାରଣ ପଞ୍ଜାବର ଏକାଧିକ ସହରକୁ ଟାର୍ଗେଟ୍ କରିବାକୁ ଯୋଜନା କରିଥିଲା ପାକିସ୍ତାନ । ହେଲେ ପାକିସ୍ତାନର ସବୁ ପ୍ରଚେଷ୍ଟା ଫେଲ୍‌ ମାରିଥିଲା । ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ ଆକାଶରେ ହିଁ ସବୁ ଡ୍ରୋନ୍‌ ଓ ମିସାଇଲ୍‌କୁ ନଷ୍ଟ କରିଦେଇଥିଲା । ଅମୃତସରକୁ ପୁଣି ପାକିସ୍ତାନ ଟାର୍ଗେଟ୍‌ କରିପାରେ, ଏଣୁ ଲୋକଙ୍କୁ ଘରୁ ନବାହାରିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଖାଲି ସେତିକି ନୁହେଁ, ଲୋକଙ୍କୁ ପରଦା ପକାଇ ରଖିବାକୁ ବି ପରାମର୍ଶ ଦିଆଯାଇଛି । ଝରକା ପାଖରୁ ଦୂରେଇ ରହିବାକୁ ବି ଲୋକଙ୍କୁ ପରାମର୍ଶ ଦେଇଛି ପ୍ରଶାସନ । ଲୋକଙ୍କ ଭୟଭୀତ ନହେବାକୁ ଅପିଲ୍‌ କରିଛି ପ୍ରଶାସନ । ସ୍ଥିତି ସ୍ୱାଭାବିକ ହେଲେ ପ୍ରଶାସନ ପକ୍ଷରୁ ଏକ ସାଇରନ ବଜାଇବ ପ୍ରଶାସନ । ବର୍ତ୍ତମାନ ପାକିସ୍ତାନକୁ କଡ଼ା ଜବାବ ଦେଉଛି ଭାରତ, ଏଣୁ ଏଭଳି ସମୟରେ ସେନାର ନିର୍ଦ୍ଦେଶ ମାନି ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଅପିଲ୍‌ କରାଯାଇଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ରାତିରେ ପିଓକେରେ ପଶି ଅପରେସନ କରିଥିଲା ଭାରତୀୟ ସେନା । ଡ୍ରୋନ୍‌ ମାଧ୍ୟମରେ ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା ପାକିସ୍ତାନ । କିନ୍ତୁ ୫୦ରୁ ଅଧିକ ଡ୍ରୋନ୍‌ ଖସାଇ ଦେଇଥିଲା ଭାରତୀୟ ସେନା । ଏହା ସହିତ ପାକିସ୍ତାନର ୪ଟି ଫାଇଟର୍‌ ଜେଟ୍‌କୁ ବି ମାଟି ମିଶାଇ ଦିଆଯାଇଛି । ଜଣେ ପାକିସ୍ତାନ ପାଇଲଟ୍‌କୁ ଜୀବନ୍ତ ଧରିବାରେ ସକ୍ଷମ ହୋଇଛି ଭାରତୀୟ ସେନା ।

Leave a Reply

Your email address will not be published. Required fields are marked *