ନୂଆଦିଲ୍ଲୀ,୦୮/୦୫: ଉତ୍ତରାଖଣ୍ଡରେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଆହତ ହୋଇଥିବା କୁହାଯାଉଛି। ଭକ୍ତମାନଙ୍କୁ ନେଇ ଯାଉଥିବା ଏହି ହେଲିକପ୍ଟରଟି ଜଙ୍ଗଲରେ ଖସି ପଡ଼ିଥିଲା। ବିମାନ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ସୂଚନା ଅନୁଯାୟୀ, ଗଙ୍ଗୋତ୍ରୀ ଧାମକୁ ଯାତ୍ରୀମାନଙ୍କୁ ନେଇ ଯାଉଥିବା ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ଗଙ୍ଗୋତ୍ରୀ ରାଜପଥର ଗଙ୍ଗାନୀ ନିକଟସ୍ଥ ଜଙ୍ଗଲରେ ପଡ଼ିଥିଲା। ଏହି ହେଲିକପ୍ଟରରେ ୭ ଜଣ ଲୋକ ଥିବା କୁହାଯାଉଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ଖବର ଅଛି। ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।