ନୂଆଦିଲ୍ଲୀ,୦୮/୦୫:ପାକିସ୍ତାନ ଉପରେ ଆଟାକ ପରେ ଆଟାକ । ଭାରତର ଆକ୍ରମଣ ପରେ ଆଜି ସକାଳୁ ପାକିସ୍ତାନ ସେନା ଗାଡି ଉପରେ ବଡ ଆଇଇଡି ଆକ୍ରମଣ କରିଛି ବଲୁଚିସ୍ତାନ୍ । ଏହି ଘଟଣାକୁ କେଇ ଘଣ୍ଟା ବିତିନଥିବା ବେଳେ ପାକିସ୍ତାନ ଲାହୋରରେ ୩ଟି ବଡ ବିସ୍ଫୋରଣ ହୋଇଛି । ଲାହୋରର ବ୍ଲାଟନ ରୋଡ୍ରେ ଜୋରଦାର ବିସ୍ଫୋରଣ ହୋଇଛି । ଏହି ୩ଟି ବଡ ବିସ୍ଫୋରଣ ପରେ ଲାହୋରରେ ଏୟାରପୋର୍ଟକୁ ବନ୍ଦ କରାଯାଇଛି । ଇସଲାମାବାଦ ଏୟାରପୋର୍ଟ ମଧ୍ୟ ବନ୍ଦ କରିଦିଆଯାଇଛି । ତେବେ ୩ଟି ସ୍ଥାନରେ ମିସାଇଲ୍ ମାଡ ହୋଇଥିବା ପ୍ରତ୍ୟେକ୍ଷଦର୍ଶୀ ସୂଚନା ଦେଇଛନ୍ତି । କିନ୍ତୁ ଏହି ଆକ୍ରମଣ କିଏ କରିଛି ତାର କୌଣସି ସ୍ପଷ୍ଟ ସୂଚନା ମିଳିପାରିନି ।