ଭୁବନେଶ୍ୱର,୦୬/୦୫: ଏପ୍ରିଲ ୨୭ ତାରିଖରେ ହୋଇଥିବା ଓଏସଏସସି ପରୀକ୍ଷା ରଦ୍ଦ ହୋଇଛି । ଓଏସଏସସି ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରି ଘୋଷଣା କରାଯାଇଛି । ପରିଚାଳନାଗତ ତ୍ରୁଟି ଯୋଗୁଁ ପରୀକ୍ଷାକୁ ରଦ୍ଦ କରାଯାଇଛି । ଜୁଲାଇ ୬ ତାରିଖରେ ସାନି ପରୀକ୍ଷା ହେବ ବୋଲି ନୋଟିସ ଜାରି ହୋଇଛି । ୨୭ ତାରିଖରେ ହୋଇଥିବା ପରୀକ୍ଷାରେ ପାଠ୍ୟକ୍ରମ ବାହାରୁ ବହୁ ପ୍ରଶ୍ନ ପଡ଼ିଥିଲା । ଯାହାକୁ ନେଇ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ପରୀକ୍ଷା ରଦ୍ଦ ପାଇଁ ଦାବି ହୋଇଥିଲା । ଏନେଇ ଓଏସଏସସି ପକ୍ଷରୁ ପରୀକ୍ଷାର୍ଥୀମାନଙ୍କ ମତାମତ ଲୋଡ଼ାଯାଇଥିଲା । ତାହାକୁ ଆଧାର କରି ଆୟୋଗ ଏହି ନିଷ୍ପତ୍ତି ନେଇଛନ୍ତି ।