ଭୁବନେଶ୍ୱର,୧/୦୫:ପହଲଗାମରେ ଆତଙ୍କୀ ହମଲା ପରେ ଭାରତ ପାକିସ୍ତାନ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛି।ପାକିସ୍ତାନକୁ ପାଣି, ଆକାଶପଥ ବନ୍ଦ ପରେ ଘନାଉଛି ଯୁଦ୍ଧ ଆଶଙ୍କା । ଆଉ ଏହାରି ଭିତରେ ଓଡ଼ିଶାର ୭ ସମ୍ବେଦନଶୀଳ ସ୍ଥାନ ଉପରେ ପଡ଼ିଛି ନଜର । ସୁରକ୍ଷାକର୍ମୀଙ୍କ ନଜରରେ ଏବେ ସୁନାବେଡ଼ା ମିଗ୍ ବିମାନ କାରଖାନା, ବଡ଼ମାଳ ଗୋଳାବାରୁଦ କାରଖାନା, ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି, ଧାମରା ଅବଦୁଲ କଲାମ୍ ଦ୍ବୀପ, ଅମର୍ଦ୍ଦା ଏୟାରଷ୍ଟ୍ରିପ୍, ଗୋପାଳପୁର ରେୟାର ଆର୍ଥ ଲିମିଟେଡ୍ ଓ ପୁରୀ ଶ୍ରୀମନ୍ଦିର । ଏହାସହ ଚାରବାଟିଆ ଅଞ୍ଚଳ ବି ହାଇ ସିକ୍ୟୁରିଟି ଜୋନ୍ରେ ରହିଥିବା ଜଣାପଡ଼ିଛି ।
ଗତ ୩ ଦିନ ଭିତରେ ଏସବୁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ିଛି ୪ଗୁଣ । କୌଣସି ପରିସ୍ଥିତିରେ ଶତ୍ରୁ ସହ ମୁକାବିଲା ଲାଗି ସମସ୍ତଙ୍କୁ ଆଲର୍ଟ କରାଯାଇଛି । ଖାଲି ସେତିକି ନୁହେଁ ୪୮୭ କିଲୋମିଟର ସମୁଦ୍ର ବେଳାଭୂମି ବି ହାଇ ସେନ୍ସିଟିଭ୍ ଜୋନ୍ ବା ଅତି ସମ୍ବେଦନଶୀଳ ଅଞ୍ଚଳ ବୋଲି ଘୋଷଣା କରାଯାଇଛି । ମେରାଇନ୍ ପୁଲିସ ପକ୍ଷରୁ କରାଯାଉଛି ଘନଘନ ଚେକିଂ, ବ୍ଲକିଂ ।