ଭୁବନେଶ୍ୱର,୨୫/୦୬: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୦୨୩ ଓ ୨୦୨୪ ବର୍ଷ ପାଇଁ ୩୫ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ପୁଷ୍କରା ଓ ମାଇଁ ସୁଇଟ୍ ହାଉସ ୱାଇଫ ଦୁଇଟି ସିନେମା ମନୋନୀତ ହୋଇଛି। ଶ୍ରେଷ୍ଠ ନିର୍ଦ୍ଦେଶକ ପିନାକୀ ସିଂ, ଶ୍ରେଷ୍ଠ ମୁଖ୍ୟ ଅଭିନେତା ହରିହର ମହାପାତ୍ର, ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ନୈନା ଦାସ ତିୱାରୀ, ସୁପ୍ରିୟା ନାୟକ ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ଫୁଲ ଫୁଟି ମହକିଲା ମନୋନୀତ ହୋଇଛନ୍ତି। ସେହିପରି ୨୦୨୩ ପାଇଁ ସର୍ବୋଚ୍ଚ ସମ୍ମାନ ମୋହନ ସୁନ୍ଦର ଦେବ ଗୋସ୍ଵାମୀ ପୁରସ୍କାର ପାଇଁ ବିଶିଷ୍ଟ ଅଭିନେତା ଶ୍ୟାମଳେନ୍ଦୁ ଭଟ୍ଟାଚାର୍ୟ୍ୟଙ୍କ ନାଁ ଘୋଷଣା ହୋଇଛି।