ଭୁବନେଶ୍ୱର,୦୯/୦୬: ବରଗଡ଼ କେନାଲ ପ୍ରକଳ୍ପ ଅନିୟମିତତା ଅଭିଯୋଗରେ ବଡ଼ ଆକ୍ସନ ନିଆଯାଇଛି । ସୁପରିନଟେଣ୍ଡେଣ୍ଟ ଇଂଜିନିୟର ମଦନ ମୋଦନ ସେଠୀଙ୍କ ସମେତ ତିନି ଇଞ୍ଜିନିୟର ସସପେଣ୍ଡ। ଭେଡେନ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜ କୁମାର ମିଶ୍ର ଓ ବରଗଡ଼ କେନାଲ ସେକ୍ସନର ସହକାରୀ ଯନ୍ତ୍ରୀ ରଞ୍ଜନ ପଟେଲ ନିଲମ୍ବିତ ହୋଇଛନ୍ତି । କେନାଲ ଫ୍ରଣ୍ଟ ଡେଭଲପମେଣ୍ଟ ବେଳେ ଅନିୟମିତତା ଅଭିଯୋଗରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜଳସଂପଦ ବିଭାଗ। ନିଲମ୍ବନ ଅବଧିରେ ମଦନ ମୋହନ ଭୁବନେଶ୍ବର ମୁଖ୍ୟାଳୟରେ ରହିବେ। ଅନ୍ୟ ଦୁଇ ଇଞ୍ଜିନିୟର ବୁର୍ଲା ମହାନଦୀ ବେସିନ ଚିଫ୍ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉପରିସ୍ଥ କର୍ତ୍ତୃପକ୍ଷଙ୍କ ଅନୁମତି ବିନା ତିନି ଇଞ୍ଜିନିୟର ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ।